Share on facebook
Share on whatsapp
Share on telegram
Share on email

ଦାତା ର ଦାନ ନୁହେଁ ମନ ଦେଖିବା

ଅନୁବାଦ : ପ୍ରତିଭା ପ୍ରିୟଦର୍ଶିନୀ

ଆଫ୍ରିକୀୟ ରାଷ୍ଟ୍ର କେନିଆ ଭାରତକୁ ୧୨ଟନ ଖାଦ୍ୟଶସ୍ୟ ସହାୟତା ଭାବେ ପଠାଇବାକୁ ଅନେକ ଲୋକ ପରିହାସ କରୁଛନ୍ତି। ସୋସିଆଲ ମିଡିଆରେ କେନିଆ କୁ ଭିକାରୀ, ମାଗନ୍ତା ଦେଶ କହି ଥଟ୍ଟା କରୁଥିବା ନୀଚ୍ଚମନା ମାନଙ୍କ ପାଇଁ ଏଇ ପ୍ରସଙ୍ଗଟି ଏଇ ଛୋଟିଆ ଘଟଣା ଟି ନିଶ୍ଚୟ ଆଖିଖୋଲିଦେବା କାମ କରିବ।

ଆପଣମାନେ ଆମେରିକା, ଆମେରିକାର ମ୍ୟାନହାଟନ ନାଁ ବି, ୱାର୍ଲଡ଼ ଟ୍ରେଡ଼ ସେଣ୍ଟର ଏବଂ ଓସମା ବିନ ଲାଡେନ ନାଁ ବି ନିଶ୍ଚୟ ଶୁଣିଥିବେ। ତେବେ ଯେଉଁ ନାଁ ଟି ଅଧିକାଂଶ ଲୋକ ଶୁଣି ନଥିବେ ତାହା ହେଉଛି “ଇନୋସାଇନ ଗାଁ”, ଯାହାକି କେନିଆ ଓ ତାଞ୍ଜାନିଆ ବର୍ଡରରେ ଅବସ୍ଥିତ ଏବଂ ଏହାର ଅଧିବାସୀ ମାନେ ହେଉଛନ୍ତି ମସାଇ ଜନଜାତିର ଲୋକମାନେ।

ଆମେରିକା ରେ ହୋଇଥିବା ୯/୧୧ ଆତଙ୍କବାଦୀ ଆକ୍ରମଣ ଖବର ମସାଇ ଲୋକମାନଙ୍କ ପାଖରେ ଅନେକ ମାସ ପରେ ପହଞ୍ଚିଲା। ଏଇ ଖବର ସେମାନେ ସେତେବେଳେ ଜାଣିଲେ, ଯେତେବେଳେ ତାଙ୍କ ଗାଁ ପାଖ ବସତିର ଜଣେ ଝିଅ କିମେଲି ନିଓମା, ଯିଏକି ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟର ଜଣେ ମେଡ଼ିକାଲ ଛାତ୍ରୀ, ସେ ଛୁଟିରେ ଗାଁ କୁ ଆସି ସେଇ ଘଟଣା ବିଷୟରେ କହିଲେ। ଏବଂ ମସାଇ ମାନଙ୍କୁ ଘଟଣାର ପ୍ରତ୍ୟକ୍ଷ ବିବରଣୀ ଶୁଣାଇଲେ।

କୌଣସି ଅଟ୍ଟାଳିକା ଏତେ ଉଚ୍ଚ ଯେ ସେଠୁ ପଡିଗଲେ ମଣିଷର ପ୍ରାଣ ଚାଲିଯିବ, କୁଡ଼ିଆରେ ରହୁଥିବା ମସାଇ ମାନଙ୍କ ପାଇଁ ଏକଥା ଅବିଶ୍ୱସନୀୟ ହୋଇଥିଲେ ବି ସେମାନେ ଆମେରିକାବାସୀଙ୍କ ପୀଡାକୁ ଅନୁଭବ କଲେ ଏବଂ ସେଇ ମେଡ଼ିକାଲ ଛାତ୍ରୀଙ୍କ ମାଧ୍ୟମରେ କେନିଆର ରାଜଧାନୀ ନାଇରୋବି ସ୍ଥିତ ଆମେରିକୀୟ ଦୂତାବାସର ଡେ଼ପୁଟି ଚିଫ୍ ଵିଲିଅମ ବ୍ରାଙ୍ଗିକ ଙ୍କୁ ପତ୍ର ପଠାଇଲେ। ତାହା ପଢିବା ପରେ ଵିଲିଅମ ବ୍ରାଙ୍ଗିକ ପ୍ରଥମେ ବିମାନଯାତ୍ରା କରି ଓ ପରେ ଏକ ଦଦରା ରାସ୍ତାରେ ଅନେକ ମାଇଲ ଯାତ୍ରା କାଟି ମସାଇ ଆଦିବାସୀଙ୍କ ଗ୍ରାମରେ ପହଞ୍ଚିଲେ।

ତାଙ୍କ ପହଞ୍ଚିବା ପରେ ମସାଇ ଜନଜାତିର ଲୋମ ଏକତ୍ରିତ ହେଲେ ଏବଂ ୧୪ଟି ଗାଈ ଧରି ଧାଡିକରି ଠିଆ ହୋଇଗଲେ ଆମେରିକୀୟ ଦୂତାବାସ ର ଡେ଼ପୁଟି ଚିଫ୍ ଙ୍କ ସାମ୍ନାରେ।

ମସାଇ ମାନଙ୍କର ଜଣେ ବୟସ୍କ ମୁରବୀ ସ୍ଥାନୀୟ ବ୍ୟକ୍ତି ଗାଈ ମାନେ ବନ୍ଧା ହୋଇଥିବା ଦଉଡି ଟି ଡେପୁଟି ଚିଫ୍ ଙ୍କ ହାତରେ ଧରାଇ ଦେଇ ଏକ ଫଳକ ଆଡକୁ ନିର୍ଦ୍ଦେଶ କଲେ।

ଜାଣନ୍ତି, ସେ ଫଳକରେ କଣ ଲେଖା ହୋଇଥିଲା ? ସେଥିରେ ଲେଖାଥିଲା, “ଏଇ ଦୁଃଖଦ ସମୟରେ ଆମେରିକାର ଲୋକମାନଙ୍କ ସହାୟତା ପାଇଁ ଆମେ ଏହି ଗାଈ ମାନଙ୍କୁ ଦାନ କରୁଛୁ।” ଆଜ୍ଞା ହଁ, ସେମାନଙ୍କ ସେଇ ପତ୍ର ପଢି ବିଶ୍ୱର ସବୁଠୁ ଶକ୍ତିଶାଳୀ ଓ ବିତ୍ତଶାଳୀ ଦେଶର ରାଷ୍ଟ୍ରଦୂତ ମାଇଲ ମାଇଲ ଦୂରତା ଅତିକ୍ରମ କରି ଚଉଦ ଟି ଗାଈ ଦାନ ଭାବେ ଗ୍ରହଣ କରିବା ପାଇଁ ପହଞ୍ଚି ଥିଲେ।

ଗାଈ ମାନଙ୍କ ପରିବହନ ଜନିତ ଅସୁବିଧା ଓ ଆଇନ ର ବାଧ୍ୟବାଧକତା ଯୋଗୁଁ ଗାଈ ମାନେ ଯାଇପାରିଲେନି ସିନା, ହେଲେ ସେମାନଙ୍କୁ ବିକ୍ରିକରି ଏକ ମସାଇ ଆଭୂଷଣ କିଣି ୯/୧୧ ମେମୋରିଆଲ ମ୍ୟୁଜିଅମରେ ରଖିବା ପାଇଁ ପ୍ରସ୍ତାବ ଦିଆଗଲା।

ଯେତେବେଳେ ଏକଥା ଆମେରିକାର ସାଧାରଣ ନାଗରିକଙ୍କ ପାଖରେ ପହଞ୍ଚିଲା, ସେମାନେ ଆଭୂଷଣ ସ୍ଥାନରେ ଗାଈ ଗ୍ରହଣ କରିବା ପାଇଁ ଜିଦ କଲେ। ଅନଲାଇନ ପିଟିସନ ମାନ ସ୍ଵାକ୍ଷର କରାଗଲା ଯେ ଆଭୂଷଣ ନୁହେଁ ଗାଈ ଦରକାର। ଅଧିକାରୀ ମାନଙ୍କୁ ଇମେଲ ପଠାଗଲା, ନେତା ମାନଙ୍କ ସହିତ ଆଲୋଚନା କରାଗଲା ଏବଂ କୋଟି କୋଟି ଆମେରିକୀୟ ଙ୍କ ତରଫରୁ ମସାଇ ଜନଜାତି ଓ କେନିଆର ସମସ୍ତ ନାଗରିକଙ୍କୁ ସେମାନଙ୍କ ଅଭୂତପୂର୍ବ ଶ୍ରଦ୍ଧା ପାଇଁ କୃତଜ୍ଞତା ସହିତ ଧନ୍ୟବାଦ ଦେଲେ ଓ ସେମାନଙ୍କର ଅଭିନନ୍ଦନ କଲେ।

ତେଣୁ ଆମେମାନେ ମଧ୍ୟ ସେହି ୧୨ଟନ ଖାଦ୍ୟନ୍ନ ସହର୍ଷ ସ୍ୱୀକାର କରିବା। ଦାନ ନୁହେଁ, ଦାନୀର ହୃଦୟ ଦେଖନ୍ତୁ, ବାଲିଗରଡା ନୁହେଁ, ତାକୁ ପିଠିରେ ବୋଲି ସେତୁବନ୍ଧରେ ଆପଣା ଯୋଗଦାନ ଦେଉଥିବା ଗୁଣ୍ଡୁଚି ର ଶ୍ରଦ୍ଧାଭାଵ ଦେଖନ୍ତୁ।

(ସଂଜୟ ଖଣ୍ଡେଲୱାଲଙ୍କ ହିନ୍ଦୀ ପୋଷ୍ଟ ର ଓଡ଼ିଆ ରୂପାନ୍ତର)

PUBLISHED BY

Sarika Singh
Sarika Singh
I am a blogger and writer by passion and a chemical engineer by profession. If you find this article useful, please share it with your friends & family.

ସେୟାର କରନ୍ତୁ :

Share on facebook
Share on whatsapp
Share on telegram
Share on email

ଅଧିକ ପଢନ୍ତୁ :