Share on facebook
Share on whatsapp
Share on telegram
Share on email

ଚାଉଳ ପୋଡ଼ା ପାଣି କାହିଁକି ସ୍ୱାସ୍ଥ୍ୟ ପ୍ରତି ହିତକର ?

ଚାଉଳପୋଡ଼ା ପାଣି (Scorched Rice Drink)

[ By Neelima Nivedita ]

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ଗୋଟିଏ କପ ଉଷୁନା ଚାଉଳ ନିଅନ୍ତୁ । ଗୋଟିଏ କରେଇକୁ ଗ୍ୟାସ ଚୁଲାରେ ବସେଇ ଗରମ କଲାପରେ ସେହି କପେ ଚାଉଳକୁ ପକାଇ ଭାଜିବା ଆରମ୍ଭ କରନ୍ତୁ । ଧୀରେ ଧୀରେ ଚାଉଳ ଭାଜି ହେବ, ଏବଂ ପରେ ପୋଡ଼ିବା ଆରମ୍ଭ କରିବ । ଆପଣ ଆଦୌ ବ୍ୟସ୍ତ ହେବେନି । ଆପଣ ପିଠାଖଡ଼ିକା ଲଗେଇ ଲଗେଇ ଭାଜି ଚାଲିଥିବେ । କ୍ରମେ ସେଥିରୁ ପ୍ରବଳ ଧୂଆଁ ବାହାରିବ । ଏକଜଷ୍ଟ ଫ୍ୟାନ ଥିଲେ ଚଲେଇ ରଖିଥିବେ, ନଚେତ ଘର ସାରା କଳା ଧୂଆଁରେ ଭର୍ତ୍ତି ହେବ । ସାମାନ୍ୟ ଆଖି ବି ପୋଡ଼ିପାରେ ସେ ଧୂଆଁ ଖାଇ ହେଲେ ବ୍ୟସ୍ତ ହେବେନି, ତାହା କେବଳ ସେ ଅତିରିକ୍ତ ଧୂଆଁ କାରଣରୁ । ଚାଉଳ ଭଲ ଭାବରେ ପୋଡ଼ି ଯିବା ଅର୍ଥାତ ଜଳି ଯିବା ଉଚିତ । ବାସ, ଏବେ ତାକୁ ଥଣ୍ଡା ହେବା ପାଇଁ ଛାଡ଼ି ଦେବେ । ରାତିରେ ଶୋଇବା ପୂର୍ବରୁ ଗୋଟିଏ ଗ୍ଳାସରେ ଦୁଇ ଚାମଚ ସେହି ଚାଉଳପୋଡ଼ା ପକେଇ ପାଣି ପୁରେଇ, ଘୋଡାଣୀ ଘୋଡ଼େଇ ଛାଡ଼ି ଦେବେ । ସକାଳୁ ଉଠି ଉକ୍ତ ଗ୍ଳାସ ପାଣିକୁ ଏକ ବଡ଼ ପାତ୍ର ବା କଂସାକୁ କାଢି ହାତରେ ଭଲ କରି ଚକଟି ଦେବେ । ମୁଁ ମସଲା ବଟା ଗ୍ରାଇଣ୍ଡର ଜାରରେ ବାଟି ଦେଲି, ସୁନ୍ଦର କଳା ପେଷ୍ଟ ହେଇଗଲା । ବାସ ତାକୁ କାଢି ପାଣି ମିଶେଇ ପିଇ ଦେବେ । ଆରେ ଆରେ ଚା’ ଛଣାରେ ଛାଣିବାକୁ ଭୁଲିବେନି,
ନଚେତ ସେ ଖଦଡ଼ା ତଣ୍ଟିରେ ଲାଗିବ ଆଉ ଆପଣ ମୋତେ ଗାଳି ଦେବେ ।

ଉପାଦେୟତା :

ମନେରଖିବେ ଏ ଚାଉଳପୋଡ଼ା ପାଣି ଖାଲି ପେଟରେ ପିଇବେ । ପ୍ରତିଦିନ ଦରକାର ନାହିଁ ହେଲେ ବି ମାସକୁ ୨ ଥର ପିଇ ପାରିବେ । ପେଟ ପାଇଁ ଖୁବ ଉପକାରୀ । ପେଟ ଥଣ୍ଡା ରଖିବା ସହିତ ଦେହର ପିତ ଅଂଶ କମାଏ । ଏହା ପୋଡ଼ାଚାଉଳ ବିଶ୍ଵର ଅନେକ ଲୋକ ବ୍ୟବହାର କରନ୍ତି । କିଛି ଖାଦ୍ୟ କମ୍ପାନୀ ବି ଅଛି ଯାହା ଏହି ଚାଉଳପୋଡ଼ା ବିକ୍ରୟ କରେ । ଅନେକ ଜାପାନୀମାନେ ଏହାକୁ ଖାଆନ୍ତି ଏବଂ ସେମାନେ ଏହାକୁ okoge ବୋଲି କହନ୍ତି । ଯୁକ୍ତରାଷ୍ଟ୍ରର କିଛି ଅଂଶରେ ଏହା stuck-pot rice ଭାବରେ ଜଣାଶୁଣା । ଭିଏତନାମରେ ଏହାକୁ coom chay କୁହାଯାଏ ଏବଂ ଘାନାରେ ଏହା‘ ସର୍ବଶକ୍ତିମାନ’ KANZO ଭାବରେ ଜଣାଶୁଣା । କୋରିଆରେ nurungji ନାମକ ଏକ ପାରମ୍ପାରିକ ଖାଦ୍ୟ ଏହି ପୋଡ଼ା ଚାଉଳରୁ ପ୍ରସ୍ତୁତ । ଜଳିଯାଇଥିବା ଚାଉଳରୁ ଚା’ ଏବଂ ଚକୋଲେଟ ପରି ଅନ୍ୟ କେତେକ ଦ୍ରବ୍ୟ ମଧ୍ୟ ମାଡାଗାସ୍କର ଏବଂ ଏସିଆର ଅନ୍ୟାନ୍ୟ ଅଞ୍ଚଳରେ ଦେଖିବାକୁ ମିଳେ । ତେବେ ସେମାନଙ୍କ ଚାଉଳକୁ ପୋଡ଼ିବା ପଦ୍ଧତି ଭିନ୍ନ ହୋଇଥାଇ ପାରେ । ଗାଁ ଗହଳିରେ ଝାଇଁ ପାଣି ନାଁରେ ବି ଏହା ଜଣାଶୁଣା । ଖାସ କରି ପୁରୁଖା ଲୋକେ ଜାଣିଥିବେ ଏ ବାବଦରେ ।

PUBLISHED BY

Sarika Singh
Sarika Singh
I am a blogger and writer by passion and a chemical engineer by profession. If you find this article useful, please share it with your friends & family.

ସେୟାର କରନ୍ତୁ :

Share on facebook
Share on whatsapp
Share on telegram
Share on email

ଅଧିକ ପଢନ୍ତୁ :